ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ବାଣ୍ଟିଛନ୍ତି । ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତିର ୫ ହଜାର ଟଙ୍କା ପାଇବେ । ଏହି ଅବସରରେ୧୫ରୁ ଊର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟିଛନ୍ତି । କହିରଖୁଛୁ ଯେ, ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା । ଏହା ପରେ ଚଳିତ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ । Post navigation ନାରୀଙ୍କ ପାଇଁ ଅସୁରକ୍ଷିତ ହେଉଛି ଓଡ଼ିଶା; କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର ଫୋଟୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜୟପୁର ଗସ୍ତ