ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା କାଲି ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ଏଥିପାଇଁ ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ । ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା ବୋଲି ସେ କହିଛନ୍ତି । ଯେଉଁମାନଙ୍କୁ ୨୧ ବର୍ଷ ବୟସ ହେବ ସେମାନେ ଏହି ଯୋଜନାରେ ସାମିଲ ହେବେ, ୬୦ ବର୍ଷ ବୟସ ଟପିଲେ ପେନସନ୍ ଲିଷ୍ଟକୁ ଯିବେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଟଙ୍କା ଦିଆଯିବ । Post navigation Fuel Shortage Rumour in Malkangiri: ମାଲକାନଗିରିରେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ CBSE Board Exams Postponed: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ; ଦ୍ୱାଦଶ ପରୀକ୍ଷା ବାତିଲ କଲା ବୋର୍ଡ