ସରକାରୀ ବସ୍‌ରେ ମାଗଣା ସ୍କୁଲ୍ ଯାଇପାରିବେ ଛାତ୍ରଛାତ୍ରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସରକାରୀ ବସ୍‌ରେ ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ୍ ଯିବେ ଛାତ୍ରଛାତ୍ରୀ । ଜାତୀୟ ଶିକ୍ଷା ନୀତି (NEP) ଅଧୀନରେ ପ୍ରମୁଖ ସଂସ୍କାର ଉପରେ ଆଲୋକପାତ କରି ମନ୍ତ୍ରୀ ଗୋଣ୍ଡ କହିଛନ୍ତି ଯେ ପ୍ରାଥମିକ ଶିକ୍ଷାରେ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ କରାଯିବ।

ସେହିପରି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ଦିଆଯିବ ।NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍‌ ଦିଆଯିବ ।

Leave a Reply

Your email address will not be published. Required fields are marked *