ଭାରତୀଯୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ଓଡ଼ିଶାର ସଦସ୍ଯମାନେ ସୋମବାର ଅଭିଯୋଗ କରିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗ ଆଡମିଶନ ନିୟମ ଉଲଂଘନ କରିଛି ଏବଂ ଚଳିତ ବର୍ଷ ଜଣେ ଛାତ୍ରଙ୍କୁ ଆଡମିଶନ ଦେବାକୁ ମନା କରିଛି।

ରାଜ୍ଯ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏନ୍. ଏସ୍. ୟୁ. ଆଇ. ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଉକ୍ତ ପାଠ୍ଯକ୍ରମରେ ନାମଲେଖା ପାଇଁ ଅପେକ୍ଷା କରିଥିବା ଛାତ୍ର ବିଜୟ କୁମାର ସାହୁଙ୍କ ପାଇଁ ନ୍ୟାୟ ଦାବି କରିଥିଲା।କିନ୍ତୁ ଆଗକୁ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ । ଉତ୍କଳ ବିଶ୍ବବିଦ୍ୟାଳୟର ଆଡମିଶନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଘେରାଉ ସହ ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ |

By Nirvay

Leave a Reply

Your email address will not be published. Required fields are marked *