ଆଜିଠାରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ଆଜିଠାରୁ ଦୁଲିକିବ ଖଣ୍ଡଗିରି । କିନ୍ତୁ ଅଶ୍ଳୀଳ ନୃତ୍ୟକୁ ନାଁ । ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା । ଏନେଇ ଆଗୁଆ ଚେତାଇ ଦେଲେ ଏକାମ୍ର ଭୁବନେଶ୍ୱର ବିଧାୟକ ବିଧାୟକ ବାବୁ ସିଂ । ସେ କହିଛନ୍ତି ଚଳିତ ବର୍ଷ ମଧ୍ୟ ଅଶ୍ଳୀଳତା ଉପରେ କଡ଼ା କଟକଣା ଲଗାଯାଇଛି । ଯେଉଁମାନେ ଅମାନିଆ ହେବେ ବାଜିବ ସରକାରୀ ଠେଙ୍ଗା । ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କଟକଣା ନେଇ ସମସ୍ତ ଯାତ୍ରା କମିଟି ସହିତ ଆଲୋଚନା ହୋଇଛି । ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶ୍ରୟ ନ ଦେବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି ହୋଇଛି ଗତବର୍ଷ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତା ବନ୍ଦ ହୋଇଥିଲା । ଏଥର ବି ବନ୍ଦ ରହିବ । ଯଦି ଯେଉଁମାନେ ଅମାନିଆ ହେବେ ସେମାନଙ୍କ ଉପରେ ସରକାରୀ ଠେଙ୍ଗା ବାଜିବ । ସୂଚନା ଯୋଗ୍ୟ; ଜାନୁଆରୀ ୨୭ରୁ ଫେବ୍ରୁଆର ୭ ତାରିଖ ଯାଏ ଖଣ୍ଡଗିରିରେ ଯାତ୍ରା ଚାଲିବ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ‘ଅଶାକ ସମ୍ରାଟ’, ‘କୋଣାର୍କ ଗଣନାଟ୍ୟ’, ‘ସିଂହବାହିନୀ’, ‘ଧଉଳି ଗଣନାଟ୍ୟ’, ‘ସ୍ୱର୍ଣ୍ଣ ମହଲ’ ‘ଅପେରା ଶ୍ରୀମନ୍ଦିର’ ଓ ‘ଇନ୍ଦ୍ରଭୁବନ’ ଭଳି ପ୍ରଖ୍ୟାତ ଅପେରା ପାର୍ଟି ପକ୍ଷରୁ ନାଟକ ପରିବେଷଣ ହେବ । Post navigation Anganwadi Uniform Prices Hikes: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ PUCC Directive Withdrawal: PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ହେଲା ପ୍ରତ୍ୟାହୃତ