ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ଏକପ୍ରକାର ବନ୍ଦ ହେବା ପରିସ୍ଥିତିକୁ ଚାଲିଆସିଛି । ଇରାନ କହିଛି ଯେ ହର୍ମୁଜ ଜଳପଥ କେବଳ ଆମେରିକା, ଇସ୍ରାଏଲ୍ ଏବଂ ୟୁରୋପ ପାଇଁ ବନ୍ଦ ରହିବ । ସେମାନଙ୍କର ପାଶ୍ଚାତ୍ୟ ବନ୍ଧୁ ରାଷ୍ଟ୍ରଙ୍କ ପାଇଁ ମଧ୍ୟ ହର୍ମୁଜ ବନ୍ଦ କରାଯିବ । ଅନ୍ୟ କୌଣସି ଦେଶର ଜାହାଜକୁ ହର୍ମୁଜରେ IRGC ଅଟକାଇବ ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି । ହର୍ମୁଜ୍ ପ୍ରଣାଳୀରେ ଅତି କମରେ ୩୭ଟି ଭାରତୀୟ ଜାହାଜ ଫସି ରହିଛି, ଯାହା ଫଳରେ ୧୦୦ ବିଲିୟନ ଟଙ୍କାରୁ ଅଧିକ ମୂଲ୍ୟର ପରିବହନ ସମ୍ପତ୍ତିର ସୁରକ୍ଷା ବିପଦରେ ପଡ଼ିଛି । ତେବେ ଆଜି ଇରାନ ହର୍ମୁଜ ଜଳପଥ ନେଇ ସ୍ପଷ୍ଟ କରିବା ପରେ ଫସି ରହିଥିବା ଭାରତର ତୈଳବାହୀ ଜାହାଜ ପାଇଁ ସମସ୍ୟା ଟଳିଛି । ଇରାନର ଏହି ଘୋଷଣା ପରେ ଭାରତର ଆଶା ବଢ଼ିଛି । କହିରଖୁଛୁ ଯେ, ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ତେଲ ଏବଂ ଗ୍ୟାସ ଟ୍ୟାଙ୍କର ପାଇଁ ଏକ ପ୍ରମୁଖ ରାସ୍ତା ହର୍ମୁଜକୁ ବନ୍ଦ କରିବା ଘୋଷଣା କରିଛି । Post navigation Rajya Sabha Election: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାର India in T20 World Cup Final: ଟି୨୦ ବିଶ୍ୱକପ ଫାଇନାଲରେ ଭାରତ