ଆସୁଛି ଦୀପାବଳି । ଏହାର ପୂର୍ବରୁ ବାଣ ଫୁଟା ନେଇ ଜାରି ହେଲା ଗାଇଡଲାଇନ । ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଛି ଅନୁମତି । ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା। ଏହାଛଡ଼ା ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟଠାରୁ ୧୦୦ ମିଟର ଭିତରେ ମଧ୍ୟ ବାଣ ଫୁଟାଇ ପାରିବେ ନାହିଁ ।ପାର୍କ,ବଗିଚା ନିକଟରେ ବାଣ ଫୁଟାଇବା ମନା ।

ଏହା ସହ ସେହିପରି ଧାର୍ମିକ ଅନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ବି ବାଣ ଫୁଟାଯିବନି । ସେହିପରି ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଥିବା ବେଳେ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ବାରଣ କରାଯାଇଛି। ଏଥି ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ଉପରେ କଟକଣା ଲଗାଯାଇଛି।

ସେହିପରି ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ରହିଛି ଓ ବାଣ ପୁଟାଇବା ବେଳେ ସୂତା ପୋଷାକ ପିନ୍ଧିବାକୁ କୁହାଯାଇଛି । ଗ୍ରୀନ କ୍ରାକର ବ୍ୟତୀତ ଅନ୍ଯ ବାଣ ଉତ୍ପାଦନ ଓ ବିକ୍ରୀକୁ ମଧ୍ୟ ସୁପ୍ରିମକୋର୍ଟ ବ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *