ଆଜି ଖଣି ଦୁର୍ନୀତି ଅଭିଯୋଗରେ ଯାଜପୁରର ଧର୍ମଶାଳାରେ ବିଭିନ୍ନ ଖଣି ଓ ପଥର ଖାଦାନା ଉପରେ ଏକ ବଡ଼ ଧରଣର ଚଢାଉ କରିଛି ରାଜ୍ଯ ଖଣି ବିଭାଗ। ପୂର୍ବ ବିଜେଡି ସରକାର ସମୟରେ ଖଣି କାରବାରରେ ଅନିୟମିତତା ହୋଇଥିବା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଅଭିଯୋଗ ପରେ ଏହି ଚଢ଼ାଉ କରାଯାଇଥିବା ସୂଚନା। ଲୁଣିବର, ଚଡେଇଧରା, ଡଙ୍କାରି, ଆଦି ଅଞ୍ଚଳରେ ଥିବା କଳା ପଥର ଖଦାନ ଉପରେ ଚଢାଉ ହୋଇଛି।

ଏହି ଚଢାଉ ସମୟ ରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଟି ବି ମୁଣ୍ଡା ଡେପୁଟି ଡାଇରେକ୍ଟର, ଜିଲ୍ଲା ଖଣି ଅଧିକାରୀ ଜୟ ପ୍ରକାଶ ନାୟକ ପ୍ରମୁଖ ସାମିଲ ରହି ଖଦାନ ବୁଲି ଦେଖିବା ସହ ଗୋଟିଏ କ୍ରସର କୁ ସିଲ୍ କରିବା ସହ ଗୋଟିଏ ପ୍ରୋକଲିନ ମେସିନ ଜବତ କରିଛନ୍ତି। ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି ।

Leave a Reply

Your email address will not be published. Required fields are marked *