ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲା, ସତ୍ୟଭାମାପୁରରେ ରାଜ୍ୟ ସ୍ତରୀୟ ‘ଓଡ଼ିଶା ଦିବସ’ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ବରପୁତ୍ରଙ୍କ ସ୍ମୃତି ଚାରଣ କରି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବାରୁ ଗର୍ବିତ ବୋଲି କହିଛନ୍ତି ।
 
ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “ମଧୁସୂଦନ ଦାସ ଥିଲେ ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ । ଉତ୍କଳ ସମ୍ମିଳନୀ ଜରିଆରେ ସେ ଯେଉଁ ଆନ୍ଦୋଳନର ଆରମ୍ଭ କରିଥିଲେ ତାହା ଫଳରେ ସ୍ଵତନ୍ତ୍ର ରାଜ୍ୟ ଗଠନର ସୁଯୋଗ ମିଳିଥିଲା । ସେ ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ କଥା କହୁଥିଲେ, ବିଚ୍ଛିନ୍ନାଞ୍ଚଳର ସବୁ ଓଡ଼ିଆ ଭାଷା କହୁଥିବା ଲୋକଙ୍କୁ ଏକାଠି କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କଥା ଚିନ୍ତା କରିଥିଲେ । ତେଣୁ ତାଙ୍କୁ ମନେପକାଇ ଓଡ଼ିଶା ଅସ୍ମିତା ଓ ସ୍ଵାଭିମାନକୁ ପୁନର୍ଜିବ କରିବା ପାଇଁ ମଧୁସୂଦନଙ୍କ ଗ୍ରାମରେ ଓଡ଼ିଶା ଦିବସ ପାଳନ କରାଯାଉଛି ।”
 
ମୋହନ ମାଝୀ ପୁଣି କହିଛନ୍ତି, “ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଆମେ ଯଦି ଏକତ୍ରିତ କରିପାରିବା, ତାହା ହେଲେ ନିଶ୍ଚିତ ଭାବରେ ଆଗାମୀ ଦିନରେ ସ୍ଵତନ୍ତ୍ର ଓଡିଶା ଗଠନ ଦିଗରେ ଆମେ ମୁଖ୍ୟ ଭୂମିକା ନିଭେଇପାରିବା । ଓଡିଶା ପ୍ରଦେଶର ବିକାଶ ଆମର ଲକ୍ଷ୍ୟ । ଆମର ମହାମୁନିଶିଙ୍କ ତ୍ୟାଗରେ ଯେଉଁ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ତାଙ୍କର ସ୍ଵପ୍ନକୁ ସାକାର କରିବା ଏବଂ ଏ ଦିଗରେ ସଂକଳ୍ପ ନେଇ ଆମେ କାମ କରିବା । ”
 

By Nirvay

Leave a Reply

Your email address will not be published. Required fields are marked *