ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସେ କହିଛନ୍ତି ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି। ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ଼ ଗସ୍ତ କରିବ କମିଟି । ତା ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ଯାହା ନିଷ୍କର୍ସ ବାହାରିବ ସେହି ଆଧାରରେ ଛତିଶଗଡ଼ରେ ପକ୍ଷ ରଖିବ ରାଜ୍ୟ ସରକାରଙ୍କ ଟିମ୍। ଫେବୃଆରୀ ୭ ତାରିଖରେ ମହାନଦୀ ଟ୍ରିବୁନାଲର ପରବର୍ତ୍ତୀ ଶୁଣାଣି ରହିଛି। ଛତିଶଗଡ଼ ସରକାରଙ୍କ ସହ କଥା ହେବା ପରେ ଓଡ଼ିଶା ସରକାର ଟ୍ରିବୁନାଲଙ୍କ ନିକଟରେ ପକ୍ଷ ରଖିବେ। ଆଜି ମହାନଦୀ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନା ଯୋଗ୍ୟ; ବର୍ଷ ବର୍ଷ ଧରି ମହାନଦୀ ବିବାଦକୁ ନେଇ ଆଲୋଚନା ଚାଲିଥିବା ବେଳେ ଏଯାଏଁ ସମାଧାନ ହୋଇପାରୁନି । ତେଣୁ ଆଜି ରାଜୀବ ଭବନରେ ମହାନଦୀ କମିଟିର ଦ୍ଵିତୀୟ ଉଚ୍ଚସ୍ତରୀୟ ବୈଠକ ବସିଥିଲା। କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଥିଲେ। ତେବେ ୨୦୧୮ ମାର୍ଚ୍ଚ ୧୨ରେ ଗଠନ ହୋଇଥିବା ଟ୍ରିବୁନାଲର ଅବଧି ମାର୍ଚ୍ଚ ୧୩ରେ ସରିବ। ଏଥିପାଇଁ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। Post navigation Mobile Ban Imposed On Sevayats : ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା କଟକଣା; ଖୋଲାଖୋଲି କରିପାରିବେନି ମୋବାଇଲ୍ ବ୍ୟବହାର