ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

 

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା ।

 

ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଟଙ୍କା ଓ ବ୍ୟାଗ୍‌ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ କରିବେ।

 

ଯୁବବର୍ଗଙ୍କ ଲାଗି ସ୍ବୟଂ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଗ୍ରାମୀଣ ଛାତ୍ର ଓ ଯୁବକଙ୍କ ଲାଗି ସୁଧ ମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ମିଳିବ । ୧୮ରୁ ୩୫ ବର୍ଷ ବୟସ ସୀମା ରହିଛି। ଋଣ ଶୁଝିବା ଅବଧି ୪ ବର୍ଷ ରହିବ। ଏଥିପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ରହିଛି। ସହରାଞ୍ଚଳ ଯୁବକଯୁବତୀ ଲାଗି ଯୁବ ଉଦ୍ୟମ ସହରୀ ଯୋଜନା । ରାଜ୍ୟର ସହରାଞ୍ଚଳ ଯୁବକଯୁବତୀଙ୍କ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି।

 

ଜମିଜମି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ୬ଟି ନିଷ୍ପତ୍ତି ନେଇଛନ୍ତି। ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି। ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମଗଣା ଜମି। ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ରାଜ୍ୟସରକାର । ଭୀମଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର। ଭୁବନେଶ୍ବର ୨ଟି ମସଜିଦ ପାଇଁ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର । ରିଜର୍ଭ ପୁଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟବିନେଟର ଆଜି ନିଷ୍ପତ୍ତି ନିଆଯାଇଛି। ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ। ନିର୍ମାଣ ହେବ ସ୍ବାଭ କବି ଗଙ୍ଗାଧରମ ମେହେର ଭବନ।

‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।

 

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ବ୍ୟବସାୟ ବାଣିଜ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲା ଏବଂ ଆଜି ଏହା ଅନୁମୋଦନ ଲାଭ କରିଛି।

 

ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନେ ସାମିଲ ହୋଇପାରିବେ। ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାଙ୍କ ପାଇଁ ଏହି ବୟମ ସୀମା ୧୮ ରୁ ୪୦ ବର୍ଷ । ଆବେଦନକାରୀଙ୍କ ପରିବାର କାଳିଆ କିମ୍ବା BSKY ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ ହେବା ଆବଶ୍ୟକ। ପରିବାରର ଅର୍ଥ ଏଠାରେ ହେଉଛି ଆବେଦନକାରୀ ଓ ତାଙ୍କ ପତି ବା ପତ୍ନୀ। ଆବେଦନକାରୀଙ୍କର ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ରହିବା ଆବଶ୍ୟକ।

 

ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ defaulter ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ବା ସାମ୍ବିଧାନିକ ସଂସ୍ଥାର କର୍ମଚାରୀ ଏବଂ ତାଙ୍କ ପରିବାରଙ୍କୁ ଏହି ଋଣ ମିଳିବ ନାହିଁ। ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ।

 

ଏହି ଯୋଜନାରେ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ 85 ପ୍ରତିଶତ ଋଣ ଗ୍ୟାରେଣ୍ଟି ବ୍ୟତିତ (Credit Guarantee Fund Trust for Micro and Small Enterprises (CGTMSE)) ଆହୁରି ୧୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ପ୍ରଦାନ କରିବେ। ରାଜ୍ୟ ସରକାର ଋଣର ସମସ୍ତ ସୁଧ ଭାର ବହନ କରିବେ। CGTMSE ର ବାର୍ଷିକ ଗ୍ୟାରେଣ୍ଟି ଦେୟ ମଧ୍ୟ ରାଜ୍ୟ ସରକାର ବହନ କରିବେ।

ଏଥିପାଇଁ ଆବେଦନକାରୀମାନଙ୍କୁ ଋଣ ପାଇଁ କୌଣସି ବନ୍ଧକ ବା processing fee ଦେବାକୁ ପଡିବ ନାହିଁ। ୪ ବର୍ଷରେ ଆବେଦନକାରୀମାନେ ମୂଳ ଋଣ ସୁଝି ପାରିବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *