ବିଧାନସଭାରେ ଉପସ୍ଥାପନା ହେଲା ନୂଆ ରାଜ୍ୟ ସରକାରଙ୍କର ପ୍ରଥମ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଉଛି ପୂର୍ଣ୍ଣାଙ୍ଗ ବଜେଟ । ସପ୍ତଦେଶ ବଜେଟ ଅଧିବେଶନର ପ୍ରଥମ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଚଳିତ ବର୍ଷ ବଜେଟର ପରିମାଣ ୨ ଲକ୍ଷ ୬୫ ହଜାର କୋଟି ହୋଇଛି । କାର୍ଯ୍ୟକ୍ରମ ବଜେଟ ପାଇଁ ୧ ଲକ୍ଷ ୫୫ ହଜାର କୋଟି । ଆମ ପ୍ରଧାନମନ୍ତ୍ରୀ ୪ଟି ବର୍ଗକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ବଜେଟରେ ମହିଳା, କୃଷକ, ଗରିବ ଓ ଯୁବ ବର୍ଗଙ୍କୁ ଦିଆଯାଇଛି ଫୋକସ୍ ।ମହିଳା ଓ ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ପାଇଁ ୧୭ ହଜାର ୯୪୨ କୋଟି ପାଣ୍ଠି ଘୋଷଣା ହୋଇଛି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ ।ସେଥିପାଇଁ ପ୍ରଥମ କ୍ୟାବିନେଟରେ ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି ହୋଇଛି ।

ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଆୟୁସ୍ମାନ ଭାରତ ଯୋଜନା । ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଆୟୁସ୍ମାନ ଭାରତ ପାଇଁ ୫୦୦ କୋଟିର ବ୍ୟୟବରାଦ କରାଯାଇଛି । ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Leave a Reply

Your email address will not be published. Required fields are marked *