ଆଜି କଂଗ୍ରେସ ଭୁବନେଶ୍ୱରଠାରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହେଉଛି । ଏହି ସମୟରେ ବିଜେପି ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି କଂଗ୍ରେସ ଏକ ଅସ୍ତଗାମୀ ରାଜନୈତିକ ଦଳ। କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଛି। କଂଗ୍ରେସ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି । ତେଣୁ ଏହା ସମ୍ବିଧାନ ବଞ୍ଚାଅ ନୁହଁ କଂଗ୍ରେସ ବଞ୍ଚାଅ ଅଭିଯାନ । କଂଗ୍ରେସ ଗଣତନ୍ତ୍ରର କଥା କହିବା, ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିବା ସହ ସମାନ। ଗତ ୩ଟା ସାଧାରଣ ନିର୍ବାଚନଗୁଡ଼ିକରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁ ପାରୁ ନାହିଁ । ତେଣୁ ନିମ୍ନଗାମୀ ହେଉଥିବାବେଳେ କଂଗ୍ରେସ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସ ବଞ୍ଚାଓ ସମାବେଶ କରୁଛି । ସେ ଆଉ ମଧ୍ୟ କହିଛନ୍ତି ଏହି ରାଜନୈତିକ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ବିଗତ ସମୟରେ ବାପା- ଝିଅ, ମା- ପୁଅ, ସ୍ୱାମୀ- ସ୍ତ୍ରୀଙ୍କ ଦଳ ଥିଲା । ବର୍ତ୍ତମାନ ସମୟରେ ମା-ପୁଅ ଏବଂ ଝିଅ-ଜ୍ୱାଇଁରେ କଂଗ୍ରେସ ଦଳ ଚାଲିଛି । କଂଗ୍ରେସର ଅଧ୍ୟକ୍ଷ ମଳିକାର୍ଜୁନ ଖଡ଼ଗେ ବିଗତ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ଦେଇଥିବା ବୟାନ ଘୋର ନିନ୍ଦନୀୟ । ଓଡ଼ିଶା ମାଟିର ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି । ଏହା କ’ଣ ସମ୍ବିଧାନର ଅପମାନ ନୁହେଁ ବୋଲି ପ୍ରଶ୍ନ କଲା ବିଜେପି । Post navigation ଏଷ୍ଟିମେଟ୍ କମିଟି ବୈଠକକୁ ଆସିଲେ ନାହିଁ ସଚିବ ଗିରିଶ ଏସ୍ଏନ୍ ଓଡ଼ିଶାରେ ଗରିବଙ୍କ ଧନ ଲୁଟି ଖାଉଛି ବିଜେପି ସରକାର: ରାହୁଲ ଗାନ୍ଧୀ