ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କସରତ ଆରମ୍ଭ କଲା ରାଜ୍ୟ ବିଜେପି । ଆରମ୍ଭ ହୋଇଛି ବିଜେପି ନିର୍ବାଚନ କମିଟି ବୈଠକ। ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଏହି ବୈଠକ ବସିଛି । ଆଜି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ ବିଜେପିର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି। ତେବେ ଏହି ବୈଠକରେ ନିର୍ବାଚନ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ । ବୈଠକ ପାଇଁ ଆଜି ଧର୍ମେନ୍ଦ୍ର ପ୍ରଧାନ ଏବଂ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଭୁବନେଶ୍ବରରେ ପହଞ୍ଚିଥିଲେ। ରାଜ୍ୟ କୋର କମିଟି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି । Post navigation କେଜ୍ରିୱାଲ୍ଙ୍କୁ ବଡ ଆଶ୍ବସ୍ତି; ପଢନ୍ତୁ ପୁରା ଖବର ବିଜେପିରେ ଯୋଗ ଦେଲେ ଗାୟିକା ଅନୁରାଧା ପୌଡୱାଲ୍