ଗିରଫ ହେଲେ କୋଟିପତି ବାବୁ । କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଭୁବେନଶ୍ୱର, ଖୋର୍ଦ୍ଧା କଟକ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।ଚଢାଉବେଳେ ପ୍ରଦୀପ ମହାନ୍ତିଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ପୁଳାପୁଳା ଟଙ୍କା ସହ ପ୍ଲଟ, ଫ୍ଲାଟ୍ ଆଉ ବହୁ ପରିମାଣର ସୁନା ଜବତ ହୋଇଥିଲା। ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ଘରେ ଥିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ  ।

କୁବେର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି ଭୁବନେଶ୍ୱରରେ କୋଟିଏ ଟଙ୍କାରେ କିଣିଛନ୍ତି ୪ BHK ଫ୍ଲାଟ୍ । ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ରହିଛି ୧୧ଟି ପ୍ଲଟ । ସେ ଭୁବନେଶ୍ବରରେ ଏକ ଫୋର ବିଏଚକେ ଫ୍ଲାଟ କିଣିବା ପାଇଁ ସେ ୧ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ। ପୁରୀରେ ରହିଛି ତାଙ୍କର ଦୁଇଟି ବେନାମୀ ଫ୍ଲାଟ । ରଣପୁରରେ ୧୪ ଏକରର ଏକ ଫାର୍ମ ହାଉସ । ଭୁବନେଶ୍ୱରରେ ୪ ମହଲା କୋଠା, ଶହେ ଗ୍ରାମ ଲେଖାଏଁ ୩ଟି ସୁନା ବିସ୍କୁଟ, ୭ଶହ ଗ୍ରାମର ସୁନା ଅଳଙ୍କାର ସହ ୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ । ୪ଟି ଚାରିଚକିଆ ଗାଡ଼ି ଅନେକ ବେନାମୀ ସମ୍ପତ୍ତି ଠାବ ହୋଇଛି ।

ଏକକାଳୀନ ୯ଟି ସ୍ଥାନରେ ଚାଲିଥିଲା ମାରାଥନ ଚଢାଉ। ୨ ଅତିରିକ୍ତ ଏସପି, ୧୩ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଏଏସଆଇ ରେଡରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *