ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ।ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ ହେବ । ଦାବି ଓ ଆପତ୍ତି ଦାଖଲ କରିବା ଅବଧି ସେପ୍ଟେମ୍ବର ୧୫ ତାରିଖରୁ ୨୯ ତାରିଖ ଥିବାବେଳେ ଅକ୍ଟୋବର ୭ ତାରିଖ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ ହୋଇପାରିବ । ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍ ତାଲିକା । ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ନୂଆପଡ଼ା ଆସନରୁ ଚାରିଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆ । Post navigation ଏହି ମାସରେ ରାଜ୍ୟରେ ବହୁତ କିଛି ହେବାକୁ ଯାଉଛି କହିଛନ୍ତି ତୋମାର କେନ୍ଦୁଝର ଠାରେ ‘ଜିରୋ ଆକ୍ସିଡେଣ୍ଟ ଡେ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ