ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛି । ପରୀକ୍ଷା ପାଇଁ ଶିକ୍ଷକ ଶୂନ୍ୟ ବିଦ୍ୟାଳୟ ପାଇଁ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଯୋଗ୍ୟତା ପ୍ରତିପାଦନ କରିବାକୁ ଆଜି ଓଟିଇଟି ପରୀକ୍ଷା ଦେଉଛନ୍ତି । ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ଯାଏଁ ପ୍ରଥମ ସିଟିଂରେ ପେପର-୧ ପରୀକ୍ଷା ଏବଂ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ଯାଏଁ ଦ୍ୱିତୀୟ ସିଟିଂରେ ପେପର-୨ ପରୀକ୍ଷା ହେବ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ବୋର୍ଡରେ ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ ରହିଛି । ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆରକୋଡ ଓ ୱାଟର ମାର୍କ ରହିଛି । ସାରା ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁଁ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । Post navigation ଝାରସୁଗୁଡାରେ ୬୦,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି