ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ । ସ୍ବତନ୍ତ୍ର ଆଇନ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ । ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ତାହା ପ୍ରସ୍ତୁତ ହୋଇ ସାରିଛି ଆଉ ଡ୍ରାଫ୍ଟ ହୋଇଛି । ତାକୁ ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଯିବ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର କମିଟି ଗଠନ ହେବ । ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନିତିକାନ୍ତି ଉପରେ ବିଚାର କରିବେ । ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରିବେ । ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ଉକ୍ତ କମିଟି ରିପୋର୍ଟ ପ୍ରଦାନ କରିବେ । ତା ପରେ ସ୍ୱତଲିପି ପ୍ରସ୍ତୁତ ହେବ । ସେବାୟତଙ୍କ ବିବାଦ ଯୋଗୁଁ ଲିଙ୍ଗରାଜ ପ୍ରଭୁ ତିନି ଦିନ ଉପବାସରେ ରହିଥିଲେ । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଥିଲା । ଏହା ପରେ ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ କଠୋର ହୋଇଛି ଟ୍ରଷ୍ଟ ବୋର୍ଡ । Post navigation ନବଦାସ ହତ୍ୟା ମାମଲା; ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଲେ ନିଆଯିବ ନିଷ୍ପତ୍ତି: ଆଇନ ମନ୍ତ୍ରୀ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦