ମାଲକାନଗିରି ଡୁଡୁମେଟଲା ଗାଁ ନିକଟ ନଦୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା। ଏମଭି-୨୬ ଏବଂ ରାଖେଲଗୁଡା ଗାଁ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣା ସ୍ଥଳରେ BNS ୧୬୩ ଜାରି କରାଯାଇଛି। ମାଲକାନଗିରି ଜିଲ୍ଲାର ଉଭୟ ଗାଁର ୧୦ କିମି ପରିଧି ମଧ୍ୟରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଲାଗୁ କରାଯାଇଛି । ପୋଲିସ ଓ ବିଏସଏଫ୍ ଯବାନ ମୁତୟନ ରହିଛନ୍ତି । ଏମ୍ଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । କୋରାପୁଟରୁ ଆଇଆରବି, ଡିଭିଏଫ୍ ଏବଂ ସିଆରପିଏଫ୍ ଯବାନଙ୍କୁ ଆଣି ଦୁଇ ଗ୍ରାମରେ ମୃତୟନ କରାଯାଇଛି । ପୋଲିସ ଟିମ୍ କ୍ୟାମ୍ପ ପକାଇ ଜଗି ରହିଛନ୍ତି । ଅନେକ ଘରର ଲୋକ ଗାଁ ଛାଡ଼ି ପଳାଇ ଯାଇଛନ୍ତି । ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ ମୃତ ଲାକେ ପଡ଼ିଆମିଙ୍କ କଟା ମୁଣ୍ଡ ଏଯାଏ ମିଳିନି । ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ମୁଣ୍ଡକୁ ଖୋଜିବାକୁ ଚେଷ୍ଟା କରୁଛି । ପରିବାର ଲୋକେ ମଧ୍ୟ ମୁଣ୍ଡ ବିହୀନ ମୃତ ଦେହକୁ ଗ୍ରହଣ କରୁନାହାଁନ୍ତି । ସୂଚନା ଯୋଗ୍ୟ; ଗତ ୪ ଦିନ ପୂର୍ବେ ରାଖାଲଗୁଡା ଗ୍ରାମର ଲାକେ ପଡିଆମୀ ନାମକ ଜଣେ ମହିଳାଙ୍କ ମୁଣ୍ଡ ବିହିନୀ ମୃତ ଦେହ ଡୁଡୁମେଟଲା ଗ୍ରାମ ନିକଟସ୍ଥ ନଦୀରୁ ମିଳିଥିଲା। ମୃତକ ମହିଳା ଜଣଙ୍କ ରାଖାଲଗୁଡା ଗ୍ରାମର ବୋଲି ଜଣା ପଡିଛି। ତେବେ ଏହାକୁ ନେଇ ନିକଟରେ ଥିବା ଏମଭି ୨୬ ଗ୍ରାମ ଓ ରାଖାଲଗୁଡା ଗାଁ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳା ଜଣଙ୍କ ନିଖୋଜ ଥିବା ନେଇ କୋରୁକୋଣ୍ଡା ଥାନାରେ ଅଭିଯୋଗ ହୋଇଥିଲା, ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ମୁଣ୍ଡ ମିଳିନଥିବା ବେଳେ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ରାଖାଲଗୁଡା ଆଜି ଏହାକୁ ନେଇ ଶତାଧିକ ଲୋକେ ଏମଭି ୨୬ ଗ୍ରାମରେ ପହଞ୍ଚି କିଛି ଘର ଓ ଅନ୍ୟାୟ ସାମଗ୍ରୀରେ ନିଆଁ ଲଗାଇଥିଲେ। ଏହା ସହ ଅନେକ ଲୋକଙ୍କ ଗାଡି, ଆସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସର ବରିଷ୍ଟ ଅଧିକାରୀ ଓ ବହୁ ପୋଲିସ କର୍ମଚାରୀ ସେଠାରେ ଉପସ୍ଥିତ ରହି ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ବର୍ତ୍ତମାନ ଯଦିଓ ଆକ୍ରମଣ କାରୀ ଗୋଷ୍ଟି ସେଠାରୁ ଚାଲି ଯାଇଛନ୍ତି, କିନ୍ତୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ନଜର ରଖିଛନ୍ତି। ଏନେଇ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ପ୍ରକାଶ କରିଛନ୍ତିଯେ, ବର୍ତ୍ତମାନ ପରିସ୍ଥିତି ଆୟତ୍ତକୁ ଆସିଛି, ପୋଲିସ, ବିଏସଏଫ, ଦମକଳ ବାହିନୀର ଟିମ ଗ୍ରାମରେ ମୁତ୍ତୟନ ଅଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏହା ସହ ସେ ସମସ୍ତଙ୍କୁ ଶାନ୍ତିର ସହ ମିଳି ମିଶି ରହିବା ପାଇଁ ଅପିଲ ମଧ୍ୟ କରିଛନ୍ତି। ଅନ୍ୟପଟେ ଘଟଣାରେ ଦୁଇଜଣଙ୍କୁ ଅଟକ ରଖି କୋରୁକୋଣ୍ଡା ପୋଲିସ ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ହିମାଂଶୁ ସେଖର ବାରିକ ପ୍ରକାଶ କରିଛନ୍ତି। Post navigation Rajgangpur Burn Victim Succumbs: ଆଖିବୁଜିଲେ ପଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ରାଜଗାଙ୍ଗପୁର ପୀଡ଼ିତା Odisha CM Grievance: ୧୨ହଜାର ଅଭିଯୋଗ ସମାଧାନ ହୋଇଛି- ପୃଥ୍ବୀରାଜ ହରିଚନ୍ଦନ