ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିବାବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନ ଭଣ୍ଡାର ମରାମତି ନେଇ ଏସଓପି ପ୍ରସ୍ତୁତ ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ଅଳଙ୍କାର ସବୁ ସ୍ଥାନାନ୍ତର ସରିଛି । ଏବେ କିଭଳି ରତ୍ନ ଭଣ୍ଡାର ମରାମତି, ଏହି ସମୟରେ କଣ ନିୟମ ପାଳନ କରାଯିବ, କଣ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ହେବ ସେ ନେଇ ଏସଓପି ପ୍ରସ୍ତୁତ ହୋଇଛି।

ଏସଓପି ପରିଚାଳନା କମିଟିରେ ଅନୁମୋଦନ ହେଲା ପରେ ରାଜ୍ୟ ସରକାରଙ୍କୁ ପାଖକୁ ଶେଷ ନିଷ୍ପତ୍ତି ପାଇଁ
ପଠାଯାଇଛି। ଭର୍ଚୁଆଲ୍ ମୋଡରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ବୈଠକ ବସିଥିଲା। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *