ଖୁବ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ରାଜ୍ୟରେ ଝିଅମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ସରକାର ଆଣିବେ କନ୍ୟା ସୁମଙ୍ଗଳ ଯୋଜନା ।  ଏହାର ଏସ୍‌ଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ । ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ ।

ଉପ ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଝିଅ ଶିଶୁଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କର ଶିକ୍ଷା ଓ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ଯୋଗାଇବ। ଝିଅ ଜନ୍ମ ହେବାର ଏକ ବର୍ଷ ମଧ୍ୟରେ ସରକାର ତାଙ୍କର ବ୍ୟାଙ୍କ ଖାତାକୁ ପ୍ରଥମ ଆର୍ଥିକ ସହାୟତା ପଠାଇବେ। ପରେ ବିଭିନ୍ନ ପର୍ଯ୍ୟାୟରେ ଏହି ସହାୟତା ଜାରି ରହିବ ଏବଂ ୨୧ ବର୍ଷ ବୟସ ହେବା ବେଳକୁ ସରକାର ତାଙ୍କ ଖାତାରେ ଲକ୍ଷାଧିକ ଟଙ୍କା ଜମା କରିଥିବେ।

ଏହି ଯୋଜନା ଦ୍ୱାରା ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ବନତାକୁ ବୃଦ୍ଧି ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ଏହା ଲୋକମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣି ଝିଅ ଶିଶୁଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ବଢ଼ାଇବାରେ ମଧ୍ୟ ସହାୟକ ହେବ। ରାଜ୍ୟ ବଜେଟରେ ଘୋଷିତ ଏହି ଯୋଜନାର ଲକ୍ଷ୍ୟ ହେଉଛି ଶିକ୍ଷାଭିତ୍ତିକ ସହାୟତା ବ୍ୟବସ୍ଥା ମାଧ୍ୟମରେ କନ୍ୟା ସନ୍ତାନମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା।

Leave a Reply

Your email address will not be published. Required fields are marked *