ରାଜ୍ୟରେ ନୂଆ କରି ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ। ଆରମ୍ଭ ହେଉ ହେଉ ଆୟୁଷ୍ମାନରେ ଦେଖାଯାଇଛି ସଫ୍ଟୱେର ସମସ୍ୟା । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରିତାରେ ରହିଛି ଅନେକଗୁଡିଏ ସଫ୍ଟୱେର ସମସ୍ୟା ଦେଖିବାକୁ ମିଳିଛି। ଅଲଇଣ୍ଡିଆ ହେଲଥ କେୟାର ପ୍ରାଇଭେଟ ହସ୍ପିଟାଲ ପ୍ରୋଭାଇର୍ଡସ ରାଜ୍ୟ ସମ୍ପାଦକ ନୀଲଞ୍ଜନା ମୁଖାର୍ଜୀ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଆୟୁଷ୍ମାନ ଯୋଜନାରେ କିଛି ସଫ୍ଟୱେର ଇସ୍ୟୁ ଅଛି । BSKYରେ ପ୍ରି-ଆପ୍ରୁଭାଲ ବା ପ୍ରି-ଅଥରାଇଜେସନ ବିକଳ୍ପ ଥିଲା । କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ ତାହା ନାହିଁ । ଏଥିରେ ପେସେଣ୍ଟ ସହିତ ଫୋଟୋ, ଡାକ୍ତରଙ୍କ ଫୋଟୋ ଦେବାକୁ ପଡ଼ିବ । ଡାକ୍ତରମାନେ ଚାହୁଁ ନାହାନ୍ତି ସେମାନଙ୍କ ଫୋଟୋ ଆସିବା ନେଇ  ।

ସେ ଆଉ ମଧ୍ୟ କହିଛନ୍ତି ଓଟିପି ଟାଇମ ଆଉଟକୁ ନେଇ ଅସୁବିଧା ମଧ୍ୟ ରହିଛି  । ଓଟିପି ଜେନେରେଟ୍‌‌ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି। ପରିବାର ପ୍ରତି ହିତାଧିକାରୀଙ୍କ କାର୍ଡ ଅଲଗା ରହିଛି। ଆୟୁଷ୍ମାନ ଯୋଜନାରେ ଇମ୍ପଲାଣ୍ଟ କ୍ୟାପିଙ୍ଗ ରହିଛି। କ୍ୟାପିଙ୍ଗ ପାଇଁ ହସ୍ପିଟାଲରେ ଟିକେ ସମସ୍ୟା ରହୁଛି। ରୋଗୀଙ୍କ ଚିକିତ୍ସା ବିଳମ୍ବ ହେବନି, ପଞ୍ଜୀକରଣ ବିଳମ୍ବ ହେଉଛି।

Leave a Reply

Your email address will not be published. Required fields are marked *