ବାରବାଟୀ ଷ୍ଟାଡିୟମ ପାଖ ଫୁଡ କୋଟ୍ ନିର୍ମାଣ ଅନିୟମିତତା ନେଇ ସିଏମସି ଓ କଟକ ମେୟରଙ୍କ ଉପରେ ବର୍ଷିଲେ କଟକ-ବାରବାଟୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ । ଫୁଡ୍ କୋଟ୍ ନିର୍ମାଣକୁ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ଯାଏ ଖୋଲି ପାରୁ ନାହିଁ । କଟକ ମହାନଗର ନିଗମର ଅପାରଗତା ଜଳ ଜଳ ହୋଇ ଦିଶୁଛି । 

ଏହାକୁ ନେଇ ବିଧାୟିକା ସୋଫିଆ କହିଛନ୍ତି ଯେ ୨୦୨୪ ରେ ଫୁଡ୍ କୋଟ୍ ନିର୍ମାଣ ଶେଷ ହୋଇଥିଲା । ବାରମ୍ବାର କହିବା ପରେ ମଧ୍ୟ ଉଦଘାଟନ ହୋଇପାରିନଥିଲା । ନୂତନ ସରକାର ଆସିବା ପରେ ମନ୍ତ୍ରୀ ଆସି ଉଦଘାଟନ କରିଥିଲେ । କିନ୍ତୁ ଉଦଘାଟନକୁ ୬ ମାସ ବିତି ଯାଇଥିଲେ ସୁଦ୍ଧା ତଥାପି ଫୁଡ୍ କୋଟ୍ ଖୋଲିପାରିଲା ନାହିଁ । ଯେଉଁଥିରେ ସିଏମସିର ଅପାରଗତା ଜଳ ଜଳ ହୋଇ ଦିଶୁଛି । କେଉଁ ସ୍ୱାର୍ଥରେ ମେୟର ଏହାକୁ ଖୋଲି ପାରୁ ନାହାଁନ୍ତି ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଅଧିକାରୀମାନେ ମଧ୍ୟ ସରକାରଙ୍କୁ ଖାତିର କରୁ ନାହାଁନ୍ତି । ଫୁଡ୍ କୋଟ୍ ନ ଖୋଲିବାରୁ ଏହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି । 

ସୋଫିଆ ଆଉ ମଧ୍ୟ କହିଛନ୍ତି ଯେ ସେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବା ସହିତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ । ମାସେ ଭିତରେ ଲୋକମାନଙ୍କୁ ଲଟେରୀ ମାଧ୍ୟମରେ ବଣ୍ଟନ କରିବାକୁ ସେ ଦାବି କରିଛନ୍ତି । ଯଦି ସମୟ ଭିତରେ ନ ଖୋଲିବ ତେବେ ଆଗାମୀ ଦିନରେ ବିଭିନ୍ନ ବ୍ୟବସାୟୀ ସଂଘକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୋଫିଆ ଚେତାବନୀ ଦେଇଛନ୍ତି ।

ସୂଚନା ଯୋଗ୍ୟ; ଓଡ଼ିଶାର କଟକ ସହରର ବାରବାଟୀ ଷ୍ଟାଡିୟମ ନିକଟରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଆଧୁନିକ ଫୁଡ୍ କୋର୍ଟ, ପ୍ରାୟ ଦୁଇ ବର୍ଷ ପୂର୍ବେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଅବ୍ୟବହୃତ ହୋଇ ପଡି ରହିଛି।

ପ୍ରଶାସନ ସ୍ଥାନୀୟ ଖାଦ୍ୟ ବିକ୍ରେତାମାନଙ୍କୁ ସ୍ଥାୟୀ ଷ୍ଟଲ ଯୋଗାଇବା ଏବଂ ବାସିନ୍ଦାଙ୍କ ସହିତ ପରିଦର୍ଶକଙ୍କ ପାଇଁ ସ୍ୱଚ୍ଛ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ବାରବାଟୀ ଖାଦ୍ୟ ଅଦାଲତ ନାମରେ ନାମିତ ଏହି ସୁବିଧା ନିର୍ମାଣ କରିଥିଲା। ଏହି ସୁବିଧାରେ ଏକ ସୁନ୍ଦର ଭୋଜନ ସ୍ଥାନ ଏବଂ ଅତି କମରେ ୪୦ ଟି ସ୍ଥାୟୀ ଷ୍ଟଲ ଅଛି। ତଥାପି, ପ୍ରଶାସନ ଏପର୍ଯ୍ୟନ୍ତ ଖାଦ୍ୟ ଅଦାଲତକୁ କାର୍ଯ୍ୟକ୍ଷମ କରିବା ପାଇଁ କୌଣସି ପଦକ୍ଷେପ ନେଇନାହିଁ। ପ୍ରାୟ ଦୁଇ ବର୍ଷ ପୂର୍ବେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଖାଦ୍ୟ ଅଦାଲତଟି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି।

Leave a Reply

Your email address will not be published. Required fields are marked *