କଂଗ୍ରେସରେ ବିଶ୍ୱଜିତ ମହାନ୍ତି ଯୋଗ ଦେବା ପ୍ରସଙ୍ଗରେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ ପରୋକ୍ଷରେ ଅସନ୍ତୋଷ ଝାଡିଛନ୍ତି। ଅବଗତ କରାଯାଇ ନଥିବା କହି ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ। ସେ କହିଛନ୍ତି କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ, ମୁଁ ଜାଣି ନଥିଲି କହିଲେ । ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଲି, ଆମକୁ ଅବଗତ କରିବାର ଥିଲା । ସମସ୍ତଙ୍କୁ ଏକାଠି ନେଇ କାମ କଲେ କଂଗ୍ରେସ ଆଗକୁ ବଢ଼ିବ ।

ଗତକାଲି କଂଗ୍ରେସ ଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଟକର ବିଶିଷ୍ଟ ବିଜେଡି ନେତା ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ କରିଛନ୍ତି। ମହାନ୍ତିଙ୍କୁ ସ୍ବାଗତ କରି ସଭାପତି ଦାସ କହିଥିଲେ, ‘ବିଶ୍ୱଜିତ ବାବୁଙ୍କ ପିତା ବାରିଷ୍ଟର ରଣଜିତ୍‌ ମହାନ୍ତି ମୋର ଜଣେ ମାର୍ଗଦର୍ଶକ ଥିଲେ ଏବଂ ମତେ ପୁତ୍ରବତ ସ୍ନେହ କରୁଥିଲେ। ବିଶ୍ୱଜିତ ବାବୁଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବ।

Leave a Reply

Your email address will not be published. Required fields are marked *