ପହଲଗାମ ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । ତେବେ ଏହାରି ମଧ୍ୟରେ ଗୁଇନ୍ଦା ବିଭାଗ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏହା ପରେ ଆତଙ୍କବାଦୀଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ସେମାନେ ହେଲେ ଅସିଫ୍ ଫୋଜି, ସୁଲେମାନ୍ ଶା ଓ ଅବୁ ତଲ୍ଲାର ସ୍କେଚ୍‌ ଜାରି ।  ଆହତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ କଥାବାର୍ତ୍ତା ଆଧାରରେ ଏହି ସ୍କେଚ୍ ପ୍ରସ୍ତୁତ କରାଯାଇଛି ।

ଜାରି ହୋଇଥିବା ଆତଙ୍କବାଦୀଙ୍କ ସ୍କେଚରେ ଦୁଇ ଜଣ ସ୍ଥାନୀୟ ଯୁବକ ଥିବାବେଳେ ଆଉ ଜଣେ ପାକିସ୍ତାନର ବୋଲି କୁହାଯାଉଛି । କିନ୍ତୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ତନାଘନା ଚାଲିଛି । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ଆତଙ୍କୀକୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି ।

ଅନ୍ୟପଟେ ଗତକାଲି ପହଲଗାମ ପର୍ଯ୍ୟଟକଙ୍କ ଉପରେ ହୋଇଥିଲା ଆକ୍ରମଣ । ଏଏଥିରେ ୨୬ ଜଣଙ୍କ ଜୀବନ ଯାଇଛି । ଆତଙ୍କୀ ସଙ୍ଗଠନ ଟିଆରଏଫ୍ ଏହାକୁ ନିଜ ଉପରକୁ ନେଇଛି । ତେବେ ଆତଙ୍କୀ ଆକ୍ରମଣ ପରର ଭିଡ଼ିଓ ଏବେ ସାମ୍ନାକୁ ଆସୁଛି । ଏଥିରେ ଆତଙ୍କବାଦୀମାନେ ମୁଣ୍ଡରେ କ୍ୟାମେରା ଯୁକ୍ତ ହେଲମେଟ୍ ଲଗାଇ ଆକ୍ରମଣ କରିଛନ୍ତି । ଭିଡ଼ିଓରେ ଜଣେ କୁର୍ତ୍ତା ପିନ୍ଧିଥିବାବେଳେ ଏକେ-୪୭ ରାଇଫଲ୍ ହାତରେ ଧରିଥିବା ଦେଖାଯାଇଛି ।

 

Leave a Reply

Your email address will not be published. Required fields are marked *