Sital Sasthi: Lord Shiva and Devi Parvati’s divine marriage
ଆଜି ପବିତ୍ର ଶୀତଳଷଷ୍ଠୀ । ଉତ୍ସବ ମୁଖର ସମ୍ବଲପୁର ସହର । ଦେବ ଦେବ ମହାଦେବଙ୍କ ବିବାହ । ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ । ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହର ।
 
ଭୋଲା ବାବା ବର ବେଶରେ ସଜ୍ଜିତ ହୋଇ ବାଜା-ବାଣ- ରୋଷଣୀ ସହ ବରଯାତ୍ରୀଙ୍କୁ ସାଂଗରେ ଧରି ଶିବାଳୟରୁ ବାହାରି କନ୍ୟା ଘର ଅଭିମୁଖେ ଯିବେ ।ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଅନୁଷ୍ଠିତ ହେବ ବିବାହ ।
 
ହଜାର ହଜାର କଳାକାରଙ୍କ ଭିଡ଼ରେ ପ୍ରକମ୍ପିତ ହେବ ସମ୍ବଲପୁର ସହର । ରାଜ୍ୟ ବାହାରୁ ମଧ୍ୟ ଆସିବେ ସାଂସ୍କୃତିକ ଦଳ ।
 
 
 
 

By Nirvay

Leave a Reply

Your email address will not be published. Required fields are marked *