ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ ଏବେ ଯାଇ ଝାଡ଼ଖଣ୍ଡରେ ବୁଲୁଛି। ଏନେଇ ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇ କହିଛନ୍ତି ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡରେ ପ୍ରବେଶ କରିଛି । ତେବେ ଅନୁଧ୍ୟାନକାରୀ ଟିମ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ଝାଡ଼ଖଣ୍ଡ ବନ ବିଭାଗ ସହିତ ମଧ୍ଯ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ସୂଚନାଯୋଗ୍ୟ , ବାଘୁଣୀ ଜିନ୍ନତ ବୟସ ୩ବର୍ଷ ଅଟେ। ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବେଳେ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜରରେ ଜିନ୍ନତକୁ ଛଡାଯାଇଥିଲା। Post navigation ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର କୁଟ୍ଟେ ଓ ଆଶିଷଙ୍କୁ ପୁରସ୍କାର: ବିଜେଡି ବିଜେପି କଥା କଟାକଟି