ବିଧାନସଭାରେ ସାଇକେଲରେ ପହଞ୍ଚିଲେ ଚଳିତବର୍ଷ ନିର୍ବାଚନରେ ପ୍ରଥମଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର । ପ୍ରଥମଥର ବିଧାନସଭାକୁ ଯିବା ପାଇଁ ସେ ଏହି ନିଆରା ଉପାୟ ଅବଲମ୍ବନ କରିଛନ୍ତି।

ସାଇକେଲରେ ବିଧାନସଭା ଆସିବା ସହ ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି। ଏନେଇ ସେ କହିଛନ୍ତି, ମୋ ଘର ଏଇଠୁ ମାତ୍ର ୧.୫ କିଲୋମିଟର। ମୁଁ କ’ଣ ପାଇଁ ଗାଡିରେ ଆସିବି। ଟ୍ରାଫିକ୍‌ ସମସ୍ୟା ମଧ୍ୟ ଅଛି। ଏହାଦ୍ୱାରା କେବଳ ସମୟ ବଞ୍ଚିବ ନାହିଁ, ପରିବେଶ ମଧ୍ୟ ସୁସ୍ଥ ରହିବ। ଆମେ ଯାହା କହୁଛେ, ତାହା କରି ଦେଖାଇବା ମଧ୍ୟ ଆବଶ୍ୟକ।

Leave a Reply

Your email address will not be published. Required fields are marked *