ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ଶୁଭାଂଶୁ ଶୁକ୍ଳା । ସ୍ପେଶ୍ ଷ୍ଟେସନ୍ରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ଶୁଭାଂଶୁ ପହଞ୍ଚିଛନ୍ତି। ଭାରତୀୟ ବାୟୁ ସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ଆଜି ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ସଫଳତାପୂର୍ବକ ପାଦ ରଖିଛନ୍ତି । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ସହ ଯୋଡ଼ି ହେଲା ଡ୍ରାଗନ ସ୍ପେଶ୍ କ୍ୟୋପସୁଲ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିବ ଡକିଂ ପ୍ରକ୍ରିୟା । ସଫଳତାର ସହ ସଫ୍ଟ ଡକିଂ ହୋଇଥିବା ସୂଚନା । ୨୮ ଘଣ୍ଟାର ଉଡ଼ାଣ ପରେ ଶୁଭାଂଶୁ ଶୁକ୍ଳା ଓ ତାଙ୍କର ଟିମ୍ର ଆଇଏସଏସ୍ରେ ଖୁବ୍ ଉତ୍ସାହର ସହ ସ୍ୱାଗତ କରାଯାଇଥିବା ବେଳେ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ସାଥୀଙ୍କ ସହ ୧୪ ଦିନ ରହିବେ ଶୁଭାଂଶୁ। ୭ଟି ପରୀକ୍ଷା କରିବେ, ଯାହାକୁ ପ୍ରସ୍ତୁତ କରିଛନ୍ତି ଭାରତୀୟ ଶିକ୍ଷଣ ସଂସ୍ଥାନ। ଏଥିରେ ଅଧିକାଂଶ ହେବ ବାୟୋଲୋଜିକାଲ୍ ଗବେଷଣା। Post navigation ଆସନ୍ତାକାଲି ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି ମହାକୁମ୍ଭ ପରେ ପୁରୀ ରଥଯାତ୍ରାରେ ସେବା ଆରମ୍ଭ କଲେ ଆଦାନୀ, ଆଜିଠୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ମାଗଣାରେ ଦିଆଯିବ ଖାଦ୍ୟ