ଆଜି ଅନବସର ଦ୍ୱାଦଶୀ । ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ସେବାୟତମାନେ ରାଜପ୍ରାସାଦରେ ପହଞ୍ଚିଲେ। ଶ୍ରୀଜିଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇବେ ସେବାୟତ । ଦଇତାପତି ସେବକମାନେ ଏକ ରୂପା ଥାଳିରେ କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ଧରି ରାଜପ୍ରାସାଦକୁ ପହଞ୍ଚିଲେ। ସେଠାରେ ଗଜପତି ମହାରାଜା ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଜଣାଇଲେ।

Leave a Reply

Your email address will not be published. Required fields are marked *