ସୋସିଆଲ୍ ମିଡିଆରେ ପରୋକ୍ଷରେ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ୍ । ମହାଭାରତ ଉଦାହରଣ ଦେଇ ପୁଣି ଟାର୍ଗେଟ କଲେ ଶ୍ରୀମୟୀ । ମିଶ୍ର । ସେ ଲେଖିଛନ୍ତି ଅଧର୍ମକୁ କେବଳ ମୁକ ହୋଇ ଚାହିଁ ରହିଲେ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ । ଭୀଷ୍ମ କି କର୍ଣ୍ଣ ହୁଅନ୍ତୁ କି ଦ୍ରୋଣ ସମସ୍ତଙ୍କ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ ।ତେବେ ସେ ଏହି ସବୁ ବାକ୍ଯ କାହାକୁ କହୁଛନ୍ତି ଜଣା ପଡି ନାହିଁ ।

ସୂଚନା ଯୋଗ୍ୟ; ଶ୍ରୀମୟୀ ମିଶ୍ର ବିଜେଡିରୁ ସସପେଣ୍ଡ ହେବା ପୂର୍ବରୁ ଓ ପରେ ସୋସିଆଲ ମିଡିଆରେ ପରୋକ୍ଷରେ ବିଭିନ୍ନ ଟାର୍ଗେଟ କରି ଚର୍ଚ୍ଚାରେ ଆସୁଛନ୍ତି । କିଛି ଦିନ ତଳେ ସୋସିଆଲ ମିଡିଆ ପୋଷ୍ଟରେ ନବୀନଙ୍କୁ ଧୃତରାଷ୍ଟ୍ର ଓ ପାଣ୍ଡିଆନଙ୍କୁ ଦୁର୍ଯ୍ୟୋଧନର ଆଖ୍ୟା ଦେଇଥିଲେ । ପରୋକ୍ଷରେ ସନ୍ନ୍ୟାସୀ କହି ପାଣ୍ଡିଆନକୁ କଟାକ୍ଷ କରିଥିଲେ । ସେ ଲେଖିଥିଲେ ସମସ୍ତ ମୋହମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷକୁ ସମାଜ ସନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ । ଏହା ପରେ ପରେ ନିଜ ଫେସବୁକରେ ପୋଷ୍ଟ କରି ଶ୍ରୀମୟୀ ଲେଖିଥିଲେ ଯେ, କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ । ଦଳ ପାଇଁ ଭଣ୍ଡସନ୍ନ୍ୟାସୀ ନୁହଁ ଶୁଭଙ୍କର, ଭାରି ଭୟଂକର ।

Leave a Reply

Your email address will not be published. Required fields are marked *