ଦଳରୁ ନିଲମ୍ବିତ ହେବା ପରେ ବିଜେଡି ଉପରେ ରୋଷ ଝାଡ଼ିଛନ୍ତି ଶ୍ରୀମୟୀ ମିଶ୍ର । ବିଜେଡିକୁ ଟ୍ରାକ୍କୁ ଫେରାଇ ଆଣିବାକୁ ବିଦ୍ରୋହର ଆହ୍ବାନ ଦେଇଛନ୍ତି । ସିଧାସଳଖ ଭି.କେ ପାଣ୍ଡିଆନଙ୍କୁ ନିଶାନା କରି ବର୍ଷିଛନ୍ତି ଶ୍ରୀମୟୀ । ପୂର୍ବରୁ ସୋସିଆଲ ମିଡ଼ିଆରେ ପାଣ୍ଡିଆନଙ୍କୁ ସେ ଧୃତରାଷ୍ଟ୍ର, ଭଣ୍ଡ ସନ୍ୟାସୀ ଓ ଘର ଜ୍ଵାଇଁପୁଅ ବୋଲି ଆକ୍ଷେପ କରିଥିବା ନଜିର ରହିଛି ।

କାହିଁକି ଅଣଓଡ଼ିଆ ସର୍ବେସର୍ବାଙ୍କ ହାତରେ ବିଜେଡିର ଭବିଷ୍ୟତ ରହିଛି ବୋଲି ପ୍ରଶ୍ନ କରିଛନ୍ତି ? ୨୦୨୪ ସାଧାରଣ ନିର୍ବାଚନ ହାରିବା ପରେ ବି କାହିଁକି ବିଜେଡିର ଚେତା ପଶୁନି । ତୃଣମୂଳସ୍ତରରେ ସମସ୍ତ ନିର୍ବାଚନମଣ୍ଡଳୀର କର୍ମୀମାନେ ନେତାମାନଙ୍କୁ ପ୍ରଶ୍ନ କରିବାକୁ ଶ୍ରୀମୟୀ ଆହ୍ବାନ ଦେଇଛନ୍ତି । ନେତାମାନଙ୍କୁ ପ୍ରଶ୍ନ କରିବା ଉଚିତ ଯେ, ଏତେ ବରିଷ୍ଠ ନେତା ଥାଉ ଥାଉ କାହିଁକି ବିଜେଡି ଅଣଓଡ଼ିଆ ପ୍ରୀତି ଦେଖାଇ ଆସୁଛି ? ଯେଉଁଦିନ ନେତାମାନେ ଏହାର ଉତ୍ତର ଦେଇପାରିବେ, ସେଦିନ ବିଜେଡି ତାର ସତ୍ତା ଫେରିପାଇବ ବୋଲି ଶ୍ରୀମୟୀ କହିଛନ୍ତି ।

ଏହି ଆତ୍ମଘୋଷିତ ସର୍ବେସର୍ବାଙ୍କ ହଟାଇ ଗାଦିଚ୍ୟୁତ କରିବା ପାଇଁ ତୃଣମୂଳସ୍ତରର କର୍ମୀମାନଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି । ଏଥିସହ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ସର୍ଭେ ଓ ଶଙ୍ଖଭବନରେ ଭିଡିଓ ଗୁମର ମଧ୍ୟ ଖୋଲିଛନ୍ତି ଶ୍ରୀମୟୀ । ପ୍ରତ୍ୟକ୍ଷ ଭାବେ ସିଧାସଳଖ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ।

କେବଳ ଶ୍ରୀମୟୀ ନୁହନ୍ତି, ପୂର୍ବରୁ ଅନେକ ନେତା ଓ କର୍ମୀ ମଧ୍ୟ ଦଳରେ ଭି.କେ ପାଣ୍ଡିଆନଙ୍କ ଉପସ୍ଥିତି ଓ ଏକଛତ୍ରବାଦ ଶାସନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏତେ ସବୁ ସତ୍ତ୍ୱେ ବିଜେଡି କାହିଁକି ଜଣେ ଅଣଓଡ଼ିଆଙ୍କୁ ଦଳର ସର୍ବେସର୍ବା କରି ଦଳ ପାଇଁ ସଂଘର୍ଷ କରିଆସୁଥିବା ଅନ୍ୟମାନଙ୍କ ପ୍ରତି ଅନ୍ୟାୟ କରୁଛି, ତାହା ରହସ୍ୟଘେରରେ । କେବେ ଦଳର ମୁଖିଆଙ୍କ ନେତା ଭାଙ୍ଗିବ ? କେବେ ବିଜେଡି ପୂର୍ବ ଭଳି ତାର ଦବଦବା ବଜାୟ ରଖିବ, କର୍ମୀମାନେ ସେଦିନକୁ ଅପେକ୍ଷା କରି ରହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *