ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ମରଣାନ୍ତକ ଆକ୍ରମଣ । ରାମନବମୀ ପାଇଁ ଖବର ପ୍ରସାରଣ ବେଳେ ଆକ୍ରମଣ ଅଭିଯୋଗ ହୋଇଛି । ସାମ୍ବାଦିକା ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କ କ୍ୟାମେରା ଛଡେଇ ନେବା ସହିତ ଆକ୍ରମଣ କରିଥିବା ନେଇ ଅଭିଯୋଗ । ଏହି ଆକ୍ରମଣର ଶିକାର ହୋଇ ଜଣେ ମହିଳା ସାମ୍ବାଦିକା ଓ ଜଣେ କ୍ୟାମେରା ମ୍ୟାନ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ସିଂହଦ୍ବାର ଥାନାରେ ଏତଲା ମଧ୍ୟ ଦିଆଯାଇଛି । 

ଅନ୍ୟପଟେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଏସ୍‌ପି ।

ସୂଚନା ଯୋଗ୍ୟ; ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଟଙ୍କା ନେଇ ଭକ୍ତ ମାନଙ୍କୁ ଛାଡୁଥିବା ଅଭିଯୋଗ କରିଥିଲେ ଭକ୍ତ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାକୁ ନେଇ ଆଜି ଗଣମାଧ୍ୟମକୁ ଆକ୍ରମଣ କରିଥିଲେ ସେବାୟତ ।

Leave a Reply

Your email address will not be published. Required fields are marked *