Government Issues Show-Cause Notice to Indira Gandhi Ayurvedic Medical College
ରାଜଧାନୀର ଇନ୍ଦିରା ଗାନ୍ଧି ସ୍ମାରକୀ ଆୟୁର୍ବେଦିକ ମେଡିକାଲ୍ କଲେଜକୁ ସୋ କଜ୍ ନୋଟିସ ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କଲେଜର ସଭାପତି ସୁରେଶ କୁମାର ରାଉରତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ ।
 
ଭୁବନେଶ୍ୱରସ୍ଥିତ ପୋଖରୀପୁଟ ମୌଜାରେ ରହିଛି ଏହି କଲେଜ । ଲିଜ ନିୟମର ଉଲ୍ଲଙ୍ଘନ କରି ବାଣିଜ୍ୟିକ କାର୍ଯ୍ୟରେ ଲାଗିଥିବା ଅଭିଯୋଗ ହେବା ପରେ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
 
୧୫ ଦିନ ଭିତରେ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ସାଧାରଣ ପ୍ରଶାସନ ବିଭାଗ ।

By Nirvay

Leave a Reply

Your email address will not be published. Required fields are marked *