ଖୋର୍ଦ୍ଧାରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଖୋର୍ଦ୍ଧା ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡ଼ରୁ କ୍ୟାବିନ ଉଚ୍ଛେଦ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଶାସନ ପକ୍ଷରୁ ଜେସିବି ସହାୟତାରେ ଭଙ୍ଗା ଯାଉଛି ଦୋକାନ । ମାରୱାଡି ପଟିରୁ ସରକାରୀ ଜମିରେ ଥିବା ଦୋକାନ ଉଚ୍ଛେଦ କରାଯାଉଛି । ୨ ପ୍ଲାଟୁନ୍ ପୋଲିସ ଉପସ୍ଥିତିରେ ବୁଲଡୋଜର୍ ଲଗାଇ ଦୋକାନ ଘର ଭଙ୍ଗା ଯାଉଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୪୦ରୁ ଅଧିକ ଦୋକାନକୁ ଉଚ୍ଛେଦ କଲାଣି ପ୍ରଶାସନ । ଅନ୍ୟପଟେ ଏହାକୁ ବିରୋଧ କରୁଥିବା କିଛି ଲୋକଙ୍କୁ ପୁଲିସ ଉଠାଇନେଇଥିବା ସୂଚନା ମିଳିଛି। ଏହି ଉଚ୍ଛେଦ ସମୟରେ ଉପ ଜିଲାପାଳ ଓ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । Post navigation ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣାରେ ୧୭୯ ମୃତ ସୂଚନା କୋରାପୁଟ ବୈପାରୀଗୁଡ଼ା ଘାଟିରେ ଭୟଙ୍କର ଦୁର୍ଘଟଣା: ୪ ମୃତ