ଦାୟିତ୍ବ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ମହିଳା କମିଶନ କାର୍ଯ୍ୟାଳୟରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି । ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୂଆ ମହିଳା କମିଶନ କହିଛନ୍ତି କେହି ଆଇନର ଊର୍ଦ୍ଧ୍ବରେ ନୁହନ୍ତି, ଅନୁଧ୍ୟାନ କରିବି ।ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର । ମାତ୍ର କିଛି ସମୟ ହେଲା ଦାୟିତ୍ବ ନେଇଛି, ସବୁକିଛି ଅନୁଧ୍ୟାନ କରିବି । ତଦନ୍ତ ପରିସର ଭିତରେ ଯିଏ ଦୋଷୀ ହେବେ, ନିଶ୍ଚିତ ଦଣ୍ଡ ପାଇବେ । ବାଲେଶ୍ବର ଆଦି ଘଟଣାରେ ସରକାର ତ୍ବରିତ ପଦକ୍ଷେପ ନେଇଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ବର୍ତ୍ତମାନ ସମାଜରେ ପ୍ରତ୍ୟେକ ସ୍ତରରେ ଦୁର୍ଘଟଣା ଘଟିଚାଲିଛି । ପେସାରେ ଜଣେ ମୁ ଓକିଲ ହୋଇଥିବାରୁ ଯାହା ତଦନ୍ତ ପରିସରକୁ ଆସିବ, ତାଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ୟମ ରହିବ  । ମହିଳା କମିଶନ ହେଉଛି ମହିଳାଙ୍କ ବାପ ଘର। ଯିଏ ଦୋଷୀ ସେ ଦଣ୍ଡ ପାଇବ। ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି । ଆଗକୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନା ଯୋଗ୍ୟ; ୨୦୨୪ ନଭେମ୍ବର ମାସରେ ପୂର୍ବତନ ମହିଳା କମସିନର ଅଧକ୍ଷ୍ୟ ମୀନତି ବେହେରାଙ୍କୁ ପଦରୁ ହଟାଯିବା ପରେ ପାଖାପାଖି ୮ ମାସ ଧରି ଏହି ପଦବୀ ଖାଲି ପଡିଥିଲା । ଏବେ ଶୋଭବନା ମହାନ୍ତିଙ୍କୁ ମହିଳା କମିସନ ଅଧକ୍ଷା ଭାବେ ସରକାର ଗୁରୁଦାୟିତ୍ୱ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *