ନେପାଳ ସୀମାନ୍ତ ତିବ୍ବତରେ ଆଜି ସକାଳୁ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତିବ୍ବତର ଶିଗାତ୍ସେ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୧ ରହିଛି । ନେପାଳ ସୀମା ଓ ତିବ୍ଦତରେ ଭୂକମ୍ପ ଦ୍ଵାରା ଭୁଶୁଡ଼ିଲା କୋଠା । ଏହି ଶକ୍ତିଶାଳୀ ଭୂକମ୍ପରେ ବଡ଼ବଡ଼ କୋଠା ଭୁଶୁଡ଼ିବାରୁ ଚାପି ହୋଇ ୫୩ ମୃତ୍ୟୁ ହୋଇଥିବାବେଳେ ୩୫ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ସୂଚନା ଯୋଗ୍ୟ; ସକାଳ ୬ଟା ୩୫ ବେଳକୁ ଭୂକମ୍ପ ହୋଇଛି । ଯାହାର କେନ୍ଦ୍ର ସ୍ଥଳ ତିବ୍ବତର ଶିଜାଙ୍ଗରେ ରହିଥିଲା । ତିବ୍ୱତ ସମେତ ନେପାଳର କାଠମାଣ୍ଡୁ, ଧାଡିଂ, ସିଦ୍ଧୁପାଲ ଛକ, କାବରେ, ମକବାନପୁର ଏବଂ ଏହାର ଆଖପାଖି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମାତ୍ର ଏକ ଘଣ୍ଟା ମଧ୍ୟରେ ଲଗାତାର ୭ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ ମାତ୍ର ୧୭ ସେକେଣ୍ଡ ମଧ୍ୟରେ ବଡ଼ ବଡ଼ କୋଠା ଭୁଷୁଡ଼ି ପଡ଼ିଥିଲା। ଏହାର ପ୍ରଭାବ ଉତ୍ତର ଭାରତରେ ଅନୁଭୂତ ହୋଇଛି । ଦିଲ୍ଲୀ, ବିହାର, ଆସାମ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଖାଯାଇଛି। Post navigation କୋଣାର୍କରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶାନମୁଗରତ୍ନମ୍