Source: The Economic Times

ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆଜି ବଜାସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା ର ଆରମ୍ଭରୁ ଖସିଲା ସେୟାର ବଜାର। ସେୟାର ମାର୍କେଟରେ ବଡ଼ ଧରଣର କ୍ରାସ୍ ହୋଇଥିବାରୁ ବୁଡିଲା ନିବେଶକଙ୍କ ଟଙ୍କା। ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଆଇଟି, ଅଟୋମୋବାଇଲ, ବ୍ୟାଙ୍କିଙ୍ଗ, ଟେଲିକମ, ପାୱାର । ୧୦ଟି ସେୟାର କ୍ରାସ ହେବା ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ।

ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି।ସେନ୍ସେକ୍ସ ୧୬ ଶହ ୨୭ ପଏଣ୍ଟ ସହ ୨ ଦଶମିକ ୦୧ ପ୍ରତିଶତ ଖସି ୭୯ ହଜାର ୩୫୪ରେ ପହଞ୍ଚିଛି ଓ ନିଫ୍ଟି ୫୦୨ ଅଙ୍କ ସହ ୨.୦୩ ପ୍ରତିଶତ ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। ଷ୍ଟକ୍ ମାର୍କେଟ ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ବୁଡି ଯାଇଥିବା ସୂଚନା ମିଳିଛି। ଫଳରେ ୩୦ଟି ଲାଭ ଦାୟକ କମ୍ପାନୀର ସେୟାରର ତଳୁମୁହାଁ ହୋଇଛି ।

କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ଆମେରିକା ବଜାରରେ ମାନ୍ଦାବସ୍ଥା ପାଇଁ ସେୟାର ବଜାର ଏପରି ସଂକଟ ଆସିଥ‌ିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *