ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆଜି ପାଳନ ହୋଇଛି ‘ପ୍ରେସ ଡେ’ । ଏହି କାର୍ଯ୍ୟକ୍ରମରେ ଦୈନିକ ସମ୍ବାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ଵାରା ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ – ୨୦୨୪ ପ୍ରଦାନ କରାଯାଇଛି। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୁରଦର୍ଶନ କେନ୍ଦ୍ର, ଆକାଶବାଣୀ, ରିଜିଓନାଲ ଆଉଟରିଚ ବ୍ୟୁରୋ (ଏଫଓବି ) ଏବଂ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ କନଫରମେସନ ଟେକ୍ନୋଲୋଜି ର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୬ ତାରିଖ ଶନିବାର ସ୍ଥାନୀୟ ଜୟଦେବ ଭବନ ରେ ପ୍ରେସ ଡେ ପାଳନ କରାଯାଇଛି । ଏଥିରେ ୩୩ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ଦେଇଛି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ। ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସଙ୍କ ସମେତ ବାଚସ୍ପତି ସୁରମା ପାଢ଼ୀ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦୀପକ ମାଲବୀୟ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ସଭାପତି ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଓ ସମ୍ପାଦକ ସନତ ମିଶ୍ର ଉପସ୍ଥିତ ଥିଲେ। ଏହି ଉତ୍ସବରେ ଆନ୍ଧ୍ରପଦେଶର ‘ଆଦର୍ଶ ରତ୍ନ’ ସମ୍ବାଦପତ୍ର ର ପତିଭେଙ୍କଟ ନରସିଂହା ରାଓ, ପଶ୍ଚିମବଙ୍ଗର ‘ଏକ୍ସପ୍ରେସ ନ୍ୟୁଜ’ର ମଦନ ସିଂହ, ତେଲେଙ୍ଗାନାର ‘ମାରୋ କୁରୁକ୍ଷେତ୍ରମ’ର ଶେଖ ଇସଲାମ ଉଦ୍ଦିନ, ଛାଡ଼ଖଣ୍ଡର ‘ଝାଡଖଣ୍ଡ ଅବଜରବର’ ପ୍ରତିକାର ପରଭିନ୍ଦ କୁମାର ପାଣ୍ଡେ, ବିହାରର ‘ଶ୍ରୀ ସାଇ ଭିଜନ’ ପ୍ପତ୍ରିକାର ଅରୁପ କୁମାର ମଜୁମଦାର, ଗୁଜୁରାଟର ‘ତାର୍କ ସ୍କାଏ’ ପତ୍ରିକାର ଶଶି କୁମାର, ମୁମ୍ବାଇର ‘ଓଭରସିଜଲୁକ୍’ ପତ୍ରିକାର ଅମିତ କୁମାର ଦୁବେଙ୍କୁ ସାମ୍ବାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ୭ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ରାଷ୍ଟ୍ରୀୟ ସାମ୍ବାଦିକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। Post navigation ଭରତପୁର ଥାନା ମାମଲା: ତଦନ୍ତ କରୁଥିବା କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି ହରିୟାଣାକୁ ହରାଇ ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ହତେଇଲା ଟିମ୍ ଓଡ଼ିଶା