ଆଖି ବୁଜିଲେ ବିଜେପିର ବରିଷ୍ଠ ନେତା ପ୍ରଭାତ ଝା (୬୭) । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବାବେଳେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସେ ବିଜେପିର ରାଜ୍ୟ ସଭାପତି ତଥା ଜାତୀୟ ଉପାଧ୍ୟକ୍ଷ ରହିଛନ୍ତି ।

ପ୍ରଭାତ ଝା’ ମୂଳତଃ ବିହାରର ଥିଲେ। ସେ ୪ ଜୁନ୍ ୧୯୫୭ ରେ ବିହାରର ଦରଭଙ୍ଗା ଜିଲ୍ଲାର ହରିହରପୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ତାଙ୍କ ପରିବାର ସଦସ୍ୟ ଗ୍ୱାଲିଅରକୁ ଆସିଥିଲେ। ପ୍ରଭାତ ଝା’ଙ୍କର ପ୍ରାଥମିକ ଶିକ୍ଷା ମଧ୍ୟ ଗ୍ୱାଲିଅରରେ ହୋଇଥିଲା । ଦୀର୍ଘ ସମୟ ଧରି ସାମ୍ବାଦିକତା କରିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। କେବଳ ଏତିକି ନୁହେଁ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।

Leave a Reply

Your email address will not be published. Required fields are marked *