ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ । ନବୀନ ନିବାସରେ ପହଞ୍ଚିଲେ ବିଜେଡିର ୪ ବରିଷ୍ଠ ନେତା । ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ, ପ୍ରତାପ ଦେବ ଓ ଅନଙ୍ଗ ଉଦୟ ସିଂହଦେଓ ପହଞ୍ଚିଥିବା ଦେଖା ଯାଇଛି। ୱାକଫ୍‌ ବିଲ୍‌ ଭୋଟିଂ ନେଇ ସୃଷ୍ଟି ହୋଇଥିବା ଦଳୀୟ ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା ହେବାର ଜଣାପଡିଛି।

ସୂଚନା ଯୋଗ୍ୟ; ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ । ଗତକାଲି କିଛି ବରିଷ୍ଠ ନେତା ନବୀନଙ୍କ ସହ ଆଲୋଚନା କରିଥିବା ବେଳେ ଆଜି ମଧ୍ୟ ଅନେକ ନେତାଙ୍କୁ ପୁଣି ନବୀନ ନିବାସରୁ ଆସିଛି ଡକରା ।

Leave a Reply

Your email address will not be published. Required fields are marked *