ହନୁମାନ ଜୟନ୍ତୀ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ଏନେଇ ଆଜି ବିସ୍ତୃତ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । ସେ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ଦାୟିତ୍ବରେ ୨୦୦ ପ୍ଲାଟୁନ୍ ଫୋର୍ସ ରହିବେ । ନଜର ରଖିବ ୪୦ ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା । ସେହିପରି ଅସାମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ରହିଛି । ସୋସିଆଲ୍ ମିଡିଆ ପୋଷ୍ଟ ଉପରେ କଡ଼ା ନଜର ରହିବ ।

ଏହା ସହ ଆଇନ ଶୃଙ୍ଖଳା ସଞ୍ଜୟ କୁମାର। ସମ୍ବେଦନଶୀଳ ଅଞ୍ଚଳରେ ସାଦା ପୋଷାକରେ ପଇଁତରା ମାରିବେ ପୋଲିସ । ସେମାନଙ୍କୁ ଭେହିକିଲ୍ ଯୋଗାଇ ଦିଆଯିବ। ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ପିକେଟିଂ କରୁଛି ।

ସେ ଆଉ ମଧ୍ୟ କହିଛନ୍ତି ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ସମ୍ବଲପୁର। ସମ୍ବଲପୁରରେ ଜଗିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ୩ ରାପିଡ୍‌ ଆକ୍ସନ ଫୋର୍ସ ଓ ଅତିରିକ୍ତ ୫୦ ପ୍ଲାଟୁନ୍ ଫୋର୍ସ ରହିବେ ।

Leave a Reply

Your email address will not be published. Required fields are marked *