ଜୁନ୍ ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରରେ ପହଞ୍ଚିବା ପରେ ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ । ଏହାକୁ ନେଇ ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବୈଠକ କରାଯାଇଛି । ଏହି ବୈଠକରେ ପୋଲିସ,ଏସ୍ପିଜି, ଅଗ୍ନିଶମ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି । ଏହା ସହ ବିମାନବନ୍ଦର, ଜନତା ମୈଦାନର ସୁରକ୍ଷା ଯାଞ୍ଚ ହେବ । ସୂଚନା ମୁତାବକ, ରାଜ୍ୟରେ ବିଜେପି ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଆସନ୍ତା ୨୦ ତାରିଖ ଅପରାହ୍ନ ୩ଟା ୪୦ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବେ। ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନ ସାଢେ ୫ଟା ଯାଏଁ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରହିବେ। Post navigation ବଲାଙ୍ଗିରର ଜରୁରୀ ବିକାଶ ଦାବି ସହ ପ୍ରୋଟୋକଲ ଲ୍ୟାପ୍ସ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ କଳିକେଶ ନାରାୟଣ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ: ମୁଖ୍ୟମନ୍ତ୍ରୀ