ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟବସ୍ଥାର ତ୍ରୁଟି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଅନୁସାରେ ଗତ ୨ ତାରିଖରେ ଝାରସୁଗୁଡା ଝାଡ଼େଶ୍ବର ମନ୍ଦିରକୁ ପ୍ରବେଶ କରିବା ସମୟରେ ଏକ ଅଚିହ୍ନା ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା । କଡ଼ା ସୁରକ୍ଷା ବଳୟ ଭିତରେ ଡ୍ରୋନ୍ଟି ଅତର୍କିତ ଭାବେ ଖସି ପଡ଼ିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଚମକି ପଡ଼ିଥିଲେ । ତେବେ ପିଏସଓ ଓ ଉପସ୍ଥିତ ପୋଲିସ୍ ଡ୍ରୋନକୁ ପାଦରେ ଏଡ଼ାଇ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ମହୋନ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ହୋଇଥିବା ଏହିପରି ବଡ ବ୍ୟତିକ୍ରମ ଦେଖିବାକୁ ମିଳିବା ପରେ ଯାହା ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍ ଉଡ଼ାଇଥିବା ଜଣାପଡ଼ିଛି । Post navigation ଭାଗଚାଷୀ ପାଇବେନି କୌଣସି ସହାୟତା ମାରପିଟ୍ ଘଟଣାରେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ