ଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେ ୬୯.୩ ୪% ଭୋଟିଂ ରେକର୍ଡ ହୋଇଛି । ମତଦାନ ପରେ ଇଭିଏମରେ ସିଲ୍‌ ହୋଇଛି ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ । ସେଥିମଧ୍ୟରୁ ୨୨୪ପୁରୁଷ ପ୍ରାର୍ଥୀ ଥିବା ବେଳେ ୪୧ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।   ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରତିନିଧିତ୍ଵ କରୁଥିବା ଦୁଇଟି ଆସନରେ ମଧ୍ୟ ଆଜି ଭୋଟ ଗ୍ରହଣ ହୋଇଛି ।

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୬୯.୩ ୪% ମତଦାନ । ଦେଶରେ ପଞ୍ଚମ ପର୍ଯ୍ୟାୟରେ ୬୦.୦୯% ମତଦାନ ହୋଇଛି ।

ବରଗଡ଼ ସଂସଦୀୟ କ୍ଷେତ୍ରରେ ୭୬. ୨୦ % ମତଦାନ ହୋଇଥିବା ବେଳେ ଆସ୍କାରେ ୬୦.୭୮%, କନ୍ଧମାଳ ୭୦ .୩୭ %, ବଲାଙ୍ଗୀରରେ ୭୧ .୪୬% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୬୭.୭୪ % ମତଦାନ ହୋଇଛି। ପ୍ରବଳ ଖରା ସତ୍ତ୍ୱେ ବୁଥରେ ଭୋଟର ଶୃଙ୍ଖଳିତ ଭାବେ ମତଦାନ କରିଥିଲେ

By SonaliP

Leave a Reply

Your email address will not be published. Required fields are marked *