ଭାରତରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ କେରଳ ରାଜ୍ୟ ମାଲାପୁରମର ୩୮ ବର୍ଷୀୟ ଯୁବକ ବୋଲି ଜଣାପଡିଛି। ଏ ନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସ୍ପଷ୍ଟ କରିଛନ୍ତି। ଆକ୍ରାନ୍ତ ଯୁବକ ନିକଟରେ ଦୁବାଇରୁ ଫେରିଥିଲେ। ଏହାପରେ ସେ ଆଇସୋଲେସନରେ ରହିଥିଲେ। ପରେ ପରୀକ୍ଷା କରାଯିବାରୁ ମଙ୍କିପକ୍ସ ପଜିଟିଭ ଆସିଥିଲା।

ତେବେ ଗତ ୯ ତାରିଖରେ ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଦିନ ପରେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *