ଭୁବନେଶ୍ଵର ପାତ୍ରପଡ଼ା ହିଟ୍ ଆଣ୍ଡ ରନରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଥାର୍ ସହ ରେସିଂ କରୁଥିବା ସ୍କର୍ପିଓ ଗାଡ଼ି ମାଲିକ କୁ ଆଜି ପୋଲିସ ଗିରଫ କରିଛି । ସ୍କର୍ପିଓ ଗାଡ଼ି ମାଲିକ ସୋମରାଜ ତ୍ରିପାଠୀ ଓ ରୋହନ ରାଉତଙ୍କୁ ଦିଲ୍ଲୀରୁ ପୋଲିସ ଗିରଫ କରିଛି । ପୂର୍ବରୁ ସ୍କର୍ପିଓ ଡ୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏଯାଏଁ କିଲର୍ ଥାର୍ ମାଲିକ କିମ୍ବା ଡ୍ରାଇଭରଙ୍କ ପତ୍ତା ପାଇନି ପୋଲିସ । ପୂର୍ବରୁ ଫେରାର ହେବାରେ ସହଯୋଗ କରିଥିବା ଅଭିଯୋଗରେ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିଲା । ଡ୍ରାଇଭରକୁ ଧରି ପାରିଲା ପୋଲିସ। ହେଲେ ଏଯାଏଁ ପାଇଲାନି ଥାର୍ ଡ୍ରାଇଭର୍ ସୁରାକ୍। ଏହି ମାମଲାରେ ଗତକାଲି ସ୍କର୍ପିଓ ଡ୍ରାଇଭର୍ ସହ ୨ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । Post navigation ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା