Schools and colleges to remain closed on Oct 20 for diwali
ଆସନ୍ତା ୨୦ ତାରିଖ ଅର୍ଥାତ ସୋମବାରକୁ ଦୀପାବଳି ପାଇଁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ।
 
ତେବେ ଏଥିରୁ ବାଦ ପଡ଼ିଛି ନୂଆପଡା ଜିଲ୍ଲା । ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଛୁଟି ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।
 
ସେହିପରି ଉଚ୍ଚଶିକ୍ଷା ବିଭାଗ କହିଛି ଯେ ନୂଆପଡା ଜିଲ୍ଲା ବ୍ୟତୀତ ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଅକ୍ଟୋବର ୨୦ ଦୀପାବଳି ଉପଲକ୍ଷେ ବନ୍ଦ ରହିବ ।
 
ମଙ୍ଗଳବାର ଦିନ ମଧ୍ୟ ଦୀପାବଳି ପାଇଁ ପୂର୍ବ ଘୋଷଣା ମୁତାବକ ସ୍କୁଲ ଏବଂ କଲେଜ୍ ଛୁଟି ରହିବ । ଏ ନେଇ ନୋଟିସ୍ ମଧ୍ୟ ଜାରି କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *