ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମନ୍ଥାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି। ଏ ନେଇ ପ୍ରେସମିଟ୍ରେ ସୂଚନା ଦେଲେ SRC ଦେଓରଞ୍ଜନ ସିଂହ । ସେ କହିଛନ୍ତି ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଉଛି । ସେହିପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ବାତ୍ୟା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଯାହା ବି ପରାମର୍ଶ ଦିଆଯାଇଛି ମାନନ୍ତୁ । ବାତ୍ୟା ପ୍ରଭାବରେ ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି ।ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ । କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି । ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ । ତେଣୁ ଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ବଢ଼ିପାରେ । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି । ଅନ୍ୟପଟେ ପାରଦ୍ୱୀପ ବନ୍ଦରକୁ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି । କୌଣସି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରମ୍ବାର ସତର୍କ କରାଯାଉଛି । ପୂର୍ବରୁ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ; ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ମୋନ୍ଥା’ ଆସନ୍ତାକାଲି ଏହା ଆନ୍ଧ୍ର ପ୍ରଦେଶ ଉପକୂଳ ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଥିବା କାକିନାଡ଼ା ଦେଇ ଅତିକ୍ରମ କରିବ । ଏଥିପାଇଁ ଓଡ଼ିଶାର ଆଠଟି ଜିଲ୍ଲାକୁ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ । ଆଲର୍ଟରେ ଥିବା ଜିଲ୍ଲାଗୁଡ଼ିକ ପାଇଁ ୧୨୮ ଟି ଉଦ୍ଧାରକାରୀ ଦଳ ପଠାଯାଇଛି । ଏହାକୁ ନେଇ ବାତ୍ୟା ମୋନ୍ଥାକୁ ନେଇ ବର୍ତମାନ ଉଚ୍ଚସ୍ତରୀୟ ବୈଠକ ବସିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି। ଏଥିରେ ଭିସି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର, କୃଷି ସଚିବ, ଅଗ୍ନିଶମ ଡିଜି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି। Post navigation Shreyas Iyer ICU: ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ ଟିମର ଉପ ଅଧିନାୟକ ଶ୍ରେୟସ ଆୟର CycloneMontha: ରାଜଧାନୀରେ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍ସି: ସୁଲୋଚନା ଦାସ