କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ ପରେ ଆକ୍ସନ ମୋଡ଼ରେ ସରକାର । ବଦଳିଲେ ଏସସିବିର ଡିନ୍ ଓ ସୁପରିଟେଣ୍ଡେଣ୍ଟଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ । ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା ହେଲେ ଏସସିବି ମେଡିକାଲ୍ କଲେଜର ନୂଆ ଡିନ୍ ଓ ପ୍ରିନ୍ସିପାଲ୍। ପ୍ରେଫେସର ଡାକ୍ତର ଲୁସି ଦାସଙ୍କ ସ୍ଥାନରେ ପ୍ରତିଭା ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି। ଅନ୍ୟପଟେ ଏସସିବିର ଡିନ୍ ଓ ଅଧ୍ୟକ୍ଷା ପଦରେ ଥିବା ଲୁସି ଦାସଙ୍କୁ ଏସସିବି ଏମସିଏଚରେ କାର୍ଡିଓଥୋରାସିସ ଏବଂ ଭାସ୍କୁଲାର ସର୍ଜରୀ ବିଭାଗରେ ଖାଲିଥିବା ପ୍ରଫେସର ପଦବୀରେ ନିଯୁକ୍ତି ଦିଆଯାଇଛି । ଏହା ସହିତ ଜ୍ୟୋତିଷ ଚନ୍ଦ୍ର ଚୌଧୁରି ଏସସିବି ଅଧୀକ୍ଷକ ନିଯୁକ୍ତ ହୋଇଛନ୍ତି। କଟକର ଏସସିବି MCHର ଅର୍ଥୋପେଡିକ୍ସ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଡକ୍ଟର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ବାରିପଦାର PRM ମେଡିକାଲ କଲେଜର ଡିନ୍ ଏବଂ ପ୍ରିନ୍ସିପାଲ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ଡାକ୍ତର ସତ୍ୟଜିତ୍ ରାୟଙ୍କୁ ଏସସିବି ଏମସିଏଚ୍ ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଭାବେ ଦାୟିତ୍ବ ମିଳିଛି । ଏ ନେଇ ରବିବାର ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଯୋଗ୍ୟ; ଗତ କିଛି ଦିନ ପୂର୍ବେ କଟକ ବଡ ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ଆଇସିୟୁରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୧୨ ଜଣଙ୍କ ଜୀବନ ଯାଇଛି । ଏହି ଅଗ୍ନିକାଣ୍ଡ ପାଇଁ ସରକାର ୪ ଜଣଙ୍କୁ ନିଲମ୍ବିତ କରିଛନ୍ତି । Post navigation BJP Mishrana Parba: ବିଜେପିରେ ଯୋଗ ଦେଲେ ଗଜପତି ଜିଲ୍ଲାର ବହୁସଂଖ୍ୟକ ବିଜେଡି ଓ କଂଗ୍ରେସ ନେତା ଏବଂ କର୍ମୀ Rain Alert: ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା